Discover millions of ebooks, audiobooks, and so much more with a free trial

Only $11.99/month after trial. Cancel anytime.

Ikigai: The Japanese secret to a long and happy life - Oriya (ଇକିଗାଈ : ଦୀର୍ଘ, ସୁସ୍ଥ ଏବଂ ଆନନ୍ଦିତ ଜୀବନର ସୂତ୍ର)
Ikigai: The Japanese secret to a long and happy life - Oriya (ଇକିଗାଈ : ଦୀର୍ଘ, ସୁସ୍ଥ ଏବଂ ଆନନ୍ଦିତ ଜୀବନର ସୂତ୍ର)
Ikigai: The Japanese secret to a long and happy life - Oriya (ଇକିଗାଈ : ଦୀର୍ଘ, ସୁସ୍ଥ ଏବଂ ଆନନ୍ଦିତ ଜୀବନର ସୂତ୍ର)
Ebook281 pages3 hours

Ikigai: The Japanese secret to a long and happy life - Oriya (ଇକିଗାଈ : ଦୀର୍ଘ, ସୁସ୍ଥ ଏବଂ ଆନନ୍ଦିତ ଜୀବନର ସୂତ୍ର)

Rating: 5 out of 5 stars

5/5

()

Read preview

About this ebook

The Japanese mystery of longevity, fitness and joyful life, they believe that every human is usually Ikagai. While collecting information about this concept, Ikagai for this book the author interacted with many centenarians and learned the secret of their longevity. That secret is kept before you through this book. This book will help you to achieve Ikagai.

* 80 % Secret to Physical Health
* Healthy Body, Healthy Mind
* The Art of taking advantage of Stress
* Steve Job’s love for Japanese Culture
* Logo Therapy and Morita Therapy
* The Union of culture and mystical practice – “Live every moment in the present”

ଜାପାନର ଅଧିବାସୀମାନଙ୍କର ଧାରଣା ଏହା ଯେ ପ୍ରତ୍ୟେକ ମନୁଷ୍ୟର ଇକିଗାଈ ଥାଏ । ଏହି ପୁସ୍ତକ ପାଇଁ ଇକିଗାଈ ଅବଧାରଣା ବାବଦରେ ସୂଚନା ଏକତ୍ରିତ କରିବା ସମୟରେ ଲେଖକ ଦ୍ୱୟ ଅନେକ ଶତାୟୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସେମାନଙ୍କ ସହ କଥାବାର୍ତ୍ତା କରି ଦୀର୍ଘାୟୁ ଜୀବନର ସୂତ୍ର ଜାଣିବାକୁ ପାଇଲେ । ସେମାନେ ଏହି ସୂତ୍ରଗୁଡ଼ିକୁ ପୁସ୍ତକ ମାଧ୍ୟମରେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଏହି ପୁସ୍ତକ ଆପଣଙ୍କୁ ନିଜର ଇକିଗାଈ ପ୍ରାପ୍ତ କରିବାରେ ସହାୟକ ହେବ ।
* ଶାରୀରିକ ସୁସ୍ଥତା ପାଇଁ ୮୦ ପ୍ରତିଶତର ସୂତ୍ର
* ସୁସ୍ଥ ଶରୀର, ସୁସ୍ଥ ମନ
* ଚିନ୍ତାରୁ ଲାଭ ଉଠାଇବାର କୌଶଳ
* ଷ୍ଟିଭ୍‌ ଜବ୍‌ସଙ୍କ ଜାପାନର ସଂସ୍କୃତି ପ୍ରତି ପ୍ରେମ
* ଲୋଗୋ ଥେରାପି ଏବଂ ମୋରିତା ଥେରାପି
* ତନ୍ତ୍ରଜ୍ଞାନ ଏବଂ ସଂସ୍କୃତିର ସଙ୍ଗମ
LanguageOriya
PublisherDiamond Books
Release dateApr 15, 2021
ISBN9789390504725
Ikigai: The Japanese secret to a long and happy life - Oriya (ଇକିଗାଈ : ଦୀର୍ଘ, ସୁସ୍ଥ ଏବଂ ଆନନ୍ଦିତ ଜୀବନର ସୂତ୍ର)

Reviews for Ikigai

Rating: 5 out of 5 stars
5/5

2 ratings0 reviews

What did you think?

Tap to rate

Review must be at least 10 words

    Book preview

    Ikigai - Hector Garcia & Francesc Mirallea 

    ଉପସଂହାର

    ଉପକ୍ରମଣିକା

    ‘ଇକିଗାଈ’ - ଏକ ଚମତ୍କାର ଶବ୍ଦ

    କୌଣସି ଏକ ସନ୍ଧ୍ୟାବେଳେ ବର୍ଷା ହେଉଥାଏ। ଏହି ବହିର ଦୁଇ ଲେଖକ (ଆମେ ଦୁଇଜଣ) ପ୍ରଥମଥର ପାଇଁ ଟୋକିଓରେ ଚର୍ଚ୍ଚା-ଆଲୋଚନା କରୁଥିଲୁ। ସେତେବେଳେ ପ୍ରଥମଥର ପାଇଁ ଏହି ବହିର ମଞ୍ଜି ବୁଣାହେଲା।

    ଏହା ଆଗରୁ କେତେଥର ଆମେ ଦୁଇଜଣ ଜଣେ ଅପରଜଣଙ୍କ ବହି ପଢ଼ୁଥିଲୁ, କିନ୍ତୁ ଏହି ପ୍ରଥମଥର ପାଇଁ ଜଣ ଅନ୍ୟଜଣଙ୍କ ସହିତ ଭେଟ ହେଲା। ଆମେ ଦୁଇଜଣ ଜାପାନର ରାଜଧାନୀ ଠାରୁ ହଜାର ମାଇଲ ଦୂରରେ ରହୁଥିଲେ, କିନ୍ତୁ ଦୁଇଜଣଙ୍କ ମନପସନ୍ଦ ଜିନିଷ ଗୋଟିଏ ଥିଲା। ବୋଧେ ଏହାହିଁ ଏକ କାରଣ ଥିଲା ଯେ ଏହି ଭେଟରେ ହିଁ ଏହି ପୁସ୍ତକର ରଚନା ହୋଇଥିଲା।

    ସେହି ସାକ୍ଷାତର ପ୍ରାୟ ଗୋଟିଏ ବର୍ଷ ପରେ ଆମେ ପୁଣିଥରେ ଭେଟିଲୁ। ଗୋଟିଏ ବଗିଚାରେ ବୁଲୁବୁଲୁ ଆମେ ପାଶ୍ଚାତ୍ୟ ମନୋବିଜ୍ଞାନ, ଏବଂ ବିଶେଷ କରି ‘ଲୋଗୋଥେରେପି’ ବିଷୟରେ ଆଲୋଚନା କରିଥିଲୁ ଯେଉଁଥିରେ ମଣିଷର ନିଜ ଜୀବନର ଲକ୍ଷ୍ୟ ପ୍ରାପ୍ତି ପାଇଁ ସାହାଯ୍ୟ ମିଳିଥାଏ। ଆମମାନଙ୍କ ଆଲୋଚନାରୁ ସ୍ପଷ୍ଟ ଯେ ଆଜିକାଲିର ମନୋବିଜ୍ଞାନୀମାନେ ୱିକ୍ଟର ଫ୍ରାନ୍କଲଙ୍କ ବତାଇଥିବା ‘ଲୋଗୋଥେରେପି’ର ବ୍ୟବହାର କମ୍ କରୁଛନ୍ତି। ଏହାର ଗୋଟିଏ କାରଣ ଯେ ସେମାନେ କଲେଜରୁ ଶିକ୍ଷାଲାଭ କରିଥିବା ବିଦ୍ୟାକୁ ପ୍ରମାଣିତ କରୁଛନ୍ତି। କିନ୍ତୁ ଆଜି ମଧ୍ୟ ଲୋକମାନେ ନିଜ ଜୀବନର ସଠିକ ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ପାଇଁ ଅସଫଳ ହେଉଛନ୍ତି। ଆମେ ଆପଣମାନଙ୍କୁ ଖାଲି ଗୋଟିଏ ପ୍ରଶ୍ନ ଜିଜ୍ଞାସା କରୁଛେ ଯେ ମୋ ଜୀବନର ଉଦ୍ଦେଶ୍ୟ କ’ଣ? ଅଧିକରୁ ଅଧିକ ବର୍ଷ ବଞ୍ଚିରହିବା କ’ଣ ଜୀବନର ଲକ୍ଷ୍ୟ, ଅଥବା ଏହା ଛଡ଼ା ଆଉ କୌଣସି ଉଦ୍ଦେଶ୍ୟ ରହିଛି କି? କିଛି ଲୋକମାନେ ଏହା ଭାବିଥାଆନ୍ତେ ଯେ ସେମାନେ କ’ଣ ଚାହାନ୍ତି ଏବଂ ସିଏ ତାଙ୍କ ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ପାଇଁ ବଞ୍ଚି ରହିଛନ୍ତି। କିଛି ଲୋକ ଦ୍ୱନ୍ଦ୍ୱ ଭିତରେ ପଡ଼ିଯାଆନ୍ତି ଯେ ଏଭଳି କାହିଁକି ହୁଏ?

    ସେତେବେଳେ ଆମ ଆଲୋଚନାରେ ବାରମ୍ବାର ଆବିର୍ଭାବ ହେଲା ଗୋଟିଏ ଶବ୍ଦ, ତାହା - ‘ଇକିଗାଈ’। ଏହା ଏକ ଜାପାନୀ ଧାରଣା। ଯାହାର ଅନ୍ୟ ଅର୍ଥ ହେଲା ‘ସର୍ବଦା ବ୍ୟସ୍ତ ରହିବା ଫଳରେ ମିଳିଥିବା ଆନନ୍ଦ।’ ‘ଲୋଗୋଥେରେପି’ ଭଳି ଏହାର ଉଦ୍ଦେଶ୍ୟ ମଧ୍ୟ ନିଜ ଜୀବନର ତାତ୍ପର୍ଯ୍ୟ ଖୋଜିବା କିନ୍ତୁ ଏଥିରେ ଯଥେଷ୍ଟ ଗୂଢ଼ ଅର୍ଥ ଲୁଚି ରହିଛି। ‘ଇକିଗାଈ’ ଶବ୍ଦଟି ଜାପାନୀମାନଙ୍କର ଦୀର୍ଘାୟୁର ରହସ୍ୟ ବ୍ୟକ୍ତ କରେ। ଓକିନାବା ଭଳି ସହରରେ ରହିଥିବା ଲୋକମାନଙ୍କ ଆୟୁ ଯଥେଷ୍ଟ ବେଶୀ ହୁଏ। ଏଠାରେ ପ୍ରତି ଏକ ଲକ୍ଷ ଲୋକମାନଙ୍କ ମଧ୍ୟରେ ୨୪.୫୫ ଜଣ ୧୦୦ ବର୍ଷରୁ ଅଧିକ ବୟସ୍କ ହୋଇଥାଆନ୍ତି। ବୈଶ୍ୱିକ ସ୍ତର ତୁଳନାରେ ଏହି ଅନୁମାନ ଯଥେଷ୍ଟ ବେଶୀ। ଜାପାନରେ ରହିଥିବା ଲୋକମାନେ ଅନ୍ୟାନ୍ୟ ଦେଶର ଲୋକମାନଙ୍କ ଠାରୁ ଅଧିକ ବର୍ଷ ବଞ୍ଚିଥାଆନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଉତ୍ତମ ଭୋଜନ, ଗ୍ରୀନ ଟି ଏବଂ ଉତ୍ତମ ପାଣିପାଗ (ହାୱାଇ ସହରର ପାଣିପାଗ ଭଳି ଏଠାକାର ବାତାବରଣ ଯଥେଷ୍ଟ ଭଲ ଏବଂ ଆରାମଦାୟକ) ଏହାର ବଡ଼ ଭୂମିକା ନେଇଛି। କିନ୍ତୁ ଏହି ସ୍ଥାନର ଲୋକମାନଙ୍କୁ ଅଧିକ ବର୍ଷ ବଞ୍ଚିବାକୁ ପାଇଁ ଅସଲ କାରଣ ହେଲା ‘ଇକିଗାଈ’। ଏହି ଶବ୍ଦ ସେମାନଙ୍କ ଜୀବନରେ ସଠିକ ବାଟ ଦର୍ଶାଇଥାଏ।

    ଏହି ବିଷୟର ଅଧ୍ୟୟନ କରିବାବେଳେ ଗୋଟିଏ କଥା ବିଶେଷ ଭାବରେ ଆମ ସାମ୍ନାକୁ ଆସେ ଯେ ଏହି ବିଷୟରେ ଆଲୋଚନା କରିବା ପାଇଁ କୌଣସି ପୁସ୍ତକ କିମ୍ବା ମାର୍ଗଦର୍ଶକର ପ୍ରାପ୍ତି ହୋଇନଥିଲା। ଆମମାନଙ୍କ ମନରେ ଆଉ ଏକ ପ୍ରଶ୍ନ ଆସିଥିଲା ଯେ ‘ଓକିନାବାରେ ରହୁଥିବା ଲୋକମାନଙ୍କ ଜୀବନରେ ଶେଷପର୍ଯ୍ୟନ୍ତ ସକ୍ରିୟ ରହିଥିବାର ପ୍ରେରଣା ସେମାନେ କେଉଁଠାରୁ ପାଉଥାଆନ୍ତି? ସେମାନଙ୍କ ସୁଖକର ଜୀବନ ଏବଂ ଦୀର୍ଘାୟୁ ଜୀବନ ପଛରେ କ’ଣ ରହସ୍ୟ ରହିଛି?

    ଆମେ ଏହି ରହସ୍ୟର ଆହୁରି ଗଭୀରରେ ପଶିବା ପାଇଁ ଚେଷ୍ଟା କଲୁ ଏବଂ ଦକ୍ଷିଣ ଜାପାନସ୍ଥିତ ଓଗିମୀ ନାମକ ଏକ ଛୋଟ ଗ୍ରାମ ବିଷୟରେ ଜାଣି ପାରିଲୁ। ଏହି ଗ୍ରାମର ଲୋକମାନେ ଦୀର୍ଘାୟୁ ବୋଲି ଜଣାଯାଏ। ତିନି ହଜାର ଲୋକଙ୍କ ଜନବସତି ସମ୍ପନ୍ନ ଏହି ଛୋଟ ଗ୍ରାମଟି ବିଶ୍ୱର ସବୁଠୁଁ ଅଧିକ ଦୀର୍ଘାୟୁ ଲୋକମାନେ ରୁହନ୍ତି।

    ଆମେ ଏହା ଖୋଜିବା ପାଇଁ ଚିନ୍ତା କଲୁ ଯେ ଏହି ଲୋକମାନଙ୍କ ଏତେ ବଡ଼ ସଂଖ୍ୟାରେ ଦୀର୍ଘାୟୁ ହେବା ପଛରେ ଅସଲ ରହସ୍ୟ କ’ଣ। ଆମେ ପ୍ରଥମେ ଅନୁସନ୍ଧାନ ଆରମ୍ଭ କଲୁ। ଓକିନାବାରେ ମିଳୁଥିବା ଫଳ ‘ଶିକୁବାସା’ (ଲେମ୍ବୁ ଭଳି ଗୋଟିଏ ଫଳ ଯେଉଁଥିରେ ଏଣ୍ଟିଅକ୍ସିଡେଣ୍ଟ ବହୁମାତ୍ରାରେ ରୁହେ) ସେମାନଙ୍କ ଦୀର୍ଘାୟୁର କାରଣ ହୋଇନଥିବ କି? ମୋରିଂଗା ଚାହା ତିଆରି କରିବା ପାଇଁ ଯେଉଁ ବିଶୁଦ୍ଧ ପାଣିର ବ୍ୟବହାର ହୋଇଥାଏ, ତାହା ଏହାର କାରଣ ନୁହେଁ ତ?

    ଅନୁସନ୍ଧାନ ଆରମ୍ଭ ହେବାର ଗୋଟିଏ ବର୍ଷ ମଧ୍ୟରେ ଆମର ସମ୍ପୂର୍ଣ୍ଣ ଟିମ୍ କ୍ୟାମେରା ସହିତ ଓକିନାବା ପହଞ୍ଚିଗଲୁ। ସେଠାରେ ଲୋକମାନେ ଯଥେଷ୍ଟ ପ୍ରାଚୀନ ଭାଷାରେ କଥା କହୁଥାଆନ୍ତି। ଆମର ଆଗମନରେ ଏଠାରେ ଲୋକମାନେ ଆମକୁ ନିଃସଙ୍କୋଚରେ ସ୍ୱାଗତ ଜଣାଇଲେ। କିଛି ସମୟ ମଧ୍ୟରେ ଆମେ ସେମାନଙ୍କ ସହିତ ମିଶିଗଲୁ। ଆମେ ଅନୁଭବ କଲୁ ଯେ ସେମାନେ କୌଣସି ଅଜଣା ଶକ୍ତି ସହିତ ବଞ୍ଚି ରହୁଛନ୍ତି।

    ଯେତେବେଳେ ସେଠାରେ କିଛି ବୟସ୍କ ଲୋକମାନଙ୍କ ସହିତ ଭେଟ ହୋଇ କଥାବାର୍ତ୍ତା ଆରମ୍ଭ କଲୁ, ସେତେବେଳେ ଜାଣିପାରିଲୁ ଯେ ପ୍ରକୃତି ବାତାବରଣ ବ୍ୟତୀତ ସେଠାରେ ଆଉ କିଛି ଅଛି ଯେଉଁଥିପାଇଁ ଲୋକମାନେ ଲମ୍ବା ଆୟୁ ନେଇ ବଞ୍ଚିଥାଆନ୍ତି। ସେଠାରେ ଲୋକମାନଙ୍କ ଭିତରେ ଗୋଟିଏ ଅଜବ ଶକ୍ତି ଏବଂ ଉତ୍ସାହ ରହିଛି ଯେଉଁଥିପାଇଁ ସେମାନେ ଲମ୍ବା ଏବଂ ଆନନ୍ଦଦାୟକ ଜୀବନ ଉପଭୋଗ କରୁଛନ୍ତି।

    ପୁଣି ଆଉଥରେ ‘ଇକିଗାଈ’ ଶବ୍ଦ ଆମ ସାମ୍ନାରେ ଆସିଲା। ଆମେ ସେଠାରେ ଲୋକମାନଙ୍କ ପାଖରେ ଜାଣିବାକୁ ଚେଷ୍ଟା କଲୁ ଯେ ‘ଇକିଗାଈ’ର ମାନେ କ’ଣ? ଏହାର ଅସଲ ଅର୍ଥ କ’ଣ ଏବଂ ଏହା ମାଧ୍ୟମରେ କ’ଣ ସୁବିଧା ମିଳିଥାଏ?

    ଆମେ ଆଉ ଗୋଟିଏ କଥା ଶୁଣି ଆଶ୍ଚର୍ଯ୍ୟ ହେଲୁ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଗ୍ରାମରେ ପ୍ରାୟ ଦୁଇଶହ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଯେ ଏହି ଲୋକମାନଙ୍କ ଭିତରେ କାହାରି ନକାରାତ୍ମକ ଭାବନା ନଥିଲା। ସେମାନେ ସକାରାତ୍ମକ ଚିନ୍ତାଧାରା ଏବଂ ‘ଇଚାରୀବୋ ଚୋଡେ’କୁ ଆଧାର କରି ଜୀବନ ବିତାଉଥିଲେ। ‘ଇଚାରୀବୋ ଚୋଡେ’ର ଅର୍ଥ ହେଲା - ସମସ୍ତଙ୍କ ସହିତ ଭାଇ ଭଳିଆ ବାକ୍ୟାଳାପ କରିବା। ଯେଉଁ ଲୋକ ସହିତ ଆପଣ କେବେବି ଦେଖା ହୋଇନାହିଁ ତାଙ୍କ ସହିତ ଭାଇ ଭଳିଆ ସମ୍ପର୍କ ସ୍ଥାପନ କରି ଚଳିବାକୁ ହେବ।

    ଓଗିମୀ ଲୋକମାନଙ୍କ ଆନନ୍ଦଦାୟକ ଜୀବନ ପଛରେ ଆମକୁ ମିଳିଥିବା ପ୍ରଥମ ରହସ୍ୟଟି ହେଲା, ସେମାନଙ୍କ ସାମାଜିକ ଜୀବନ। ସେମାନେ ପ୍ରଥମରୁ ଯଥେଷ୍ଟ ସଂଘବଦ୍ଧ ଚିନ୍ତାଧାରା ନେଇ ନିଜ ନିଜ ଜୀବନ ବିତାଉଥାଆନ୍ତି। ସେମାନେ ସର୍ବଦା ଜଣେ ଅନ୍ୟଜଣଙ୍କ ସହିତ ସ୍ନେହ-ମମତା ଏବଂ ପରସ୍ପରଙ୍କୁ ସାହାଯ୍ୟ କରୁଥାଆନ୍ତି। ବନ୍ଧୁତ୍ୱ ଗଢ଼ି ଜିଇଁ ରହିବା, ହାଲୁକା ଖାଦ୍ୟ ଭୋଜନ କରିବା, ସଠିକ୍ ମାତ୍ରାରେ ଆରାମ କରିବା ଏବଂ ବ୍ୟାୟାମ କରିବା ସେମାନଙ୍କ ସ୍ୱାସ୍ଥ୍ୟର ଅନ୍ୟତମ କାରଣ। ପରନ୍ତୁ ସେମାନଙ୍କ ସନ୍ତୁଷ୍ଟିଜନକ, ଆରାମଦାୟକ ଏବଂ ଦୀର୍ଘାୟୁ ଜୀବନ ପ୍ରାପ୍ତିର ଅସଲ କାରଣ ହେଲା ‘ଇକିଗାଈ’। ସେମାନେ ପ୍ରତ୍ୟେକ ଦିନ ଇକିଗାଈ ଅନୁସାରେ ପାଳନ କରୁଥାଆନ୍ତି।

    ସେହି ଲୋକଙ୍କ ଶତାୟୁ ଜୀବନର ରହସ୍ୟ ଆପଣଙ୍କ ସାମ୍ନାରେ ପ୍ରକଟ କରିବା ଆଉ ତା’ ସାଥିରେ ଆପଣଙ୍କ ନିଜର ଇକିଗାଈ ଖୋଜିବାକୁ ସାହାଯ୍ୟ କରିବା ହେଉଛି ଏହି ପୁସ୍ତକର ମୂଳ ଉଦ୍ଦେଶ୍ୟ। କାହିଁକି ନା ଯେଉଁ ସମସ୍ତ ଲୋକମାନଙ୍କୁ ‘ଇକିଗାଈ’ ମିଳିଯାଇଛି ସେମାନେ ଆନନ୍ଦଦାୟକ, ସନ୍ତୋଷଜନକ ଏବଂ ଦୀର୍ଘାୟୁ ଜୀବନ ଅତିବାହିତ କରୁଛନ୍ତି। ଆପଣଙ୍କ ଏହି ପଦକ୍ଷେପ ପାଇଁ ସମସ୍ତଙ୍କ ପାଇଁ ରହିଲା ଆନ୍ତରିକ ଶୁଭକାମନା।

    - ହେକ୍ଟର ଗାର୍ସିୟା ଏବଂ ଫ୍ରାନ୍ସିସ୍ ମିରେଲସ୍

    1

    ଇକିଗାଈ

    ବୟସ ବଢ଼ିବା ସତ୍ତ୍ୱେ ଯୁବକ ରହିବାର କଳା

    ଆପଣଙ୍କ ଅସ୍ତିତ୍ୱର କାରଣ କ’ଣ?

    ଜାପାନୀମାନେ ଏହା ଭାବିଥାଆନ୍ତି ଯେ ପ୍ରତ୍ୟେକ ଲୋକଙ୍କ ଜୀବନରେ ଗୋଟିଏ ଇକିଗାଈ ରହିଥାଏ। ବୋଧେ ଫ୍ରାନ୍ସର ଲୋକମାନେ ଏହାକୁ ‘ଜୀବନର ଉଦ୍ଦେଶ୍ୟ’ କିମ୍ବା ଅନ୍ୟ ଦେଶର ଲୋକମାନେ ଏହାକୁ କୌଣସି ଅନ୍ୟ କିଛି ନାମରେ ନାମକରଣ କରିଥାଆନ୍ତି। ଇକିଗାଈ ପ୍ରତ୍ୟେକଙ୍କ ଭିତରେ ଲୁଚି ରହିଛି। କିଛି ଲୋକମାନେ ଇକିଗାଈ ପାଇଯାଆନ୍ତି ତ କିଛି ଲୋକ ଏହାକୁ ଖୋଜିବା ପାଇଁ ଚେଷ୍ଟା କରନ୍ତି।

    ପ୍ରତ୍ୟେକଙ୍କ ଭିତରେ ଇକିଗାଈ ଲୁଚି ରହିଥାଏ ଆଉ ତାକୁ ଖୋଜିବା ପାଇଁ ଆବଶ୍ୟକ ସଂଯମତା। ଓକିନାବାର ଲୋକମାନେ କୁହନ୍ତି ଯେ ସକାଳୁ ଉଠିବାର ଗୋଟିଏ କାରଣ ରହିଛି ତାହା ହେଲା ସେମାନଙ୍କୁ ମିଳିଥିବା ଇକିଗାଈ।

    ଜୀବନରେ କେବେ ବି ଅବସର ନିଅନ୍ତୁ ନାହିଁ

    ଥରେ ମାତ୍ର ଆପଣଙ୍କୁ ଇକିଗାଈ ବିଷୟରେ ସ୍ପଷ୍ଟ ହୋଇଗଲେ ସୁଖ ଆଉ ସନ୍ତୁଷ୍ଟି ଆପଣା ଆପଣି ଆସିଯାଏ, ଜୀବନର ଅସଲ ଅର୍ଥ ମିଳିଥାଏ। ଏହି ପୁସ୍ତକ ମାଧ୍ୟମରେ ଆପଣଙ୍କୁ ଆପଣଙ୍କ ଇକିଗାଈ ମିଳିଯାଉ ଏବଂ ଜାପାନୀମାନଙ୍କ ଦେହ, ମନ, ବୁଦ୍ଧି ଓ ଉନ୍ନତ ସ୍ୱାସ୍ଥ୍ୟ ସମ୍ପର୍କରେ ଯେଉଁ ରହସ୍ୟ ଲୁଚି ରହିଛି ତାହା ବୁଝିପାରିବା ହେଉଛି ଏହି ପୁସ୍ତକର ମୂଳ ଉଦ୍ଦେଶ୍ୟ।

    ଯଦି ଆପଣ କେବେବି ଜାପାନ ଯାଆନ୍ତି ତାହେଲେ ଗୋଟିଏ କଥା ଆପଣ ଭଲ ଭାବରେ ବୁଝି ପାରିବେ ଯେ ରିଟାୟାର୍ଡ ହେବା ପରେ ମଧ୍ୟ ସେଠାକାର ଲୋକମାନେ ଯଥେଷ୍ଟ ସକ୍ରିୟ ଆଉ ବ୍ୟସ୍ତ ରୁହନ୍ତି। ସତ କଥା ହେଲା ଏହା ଯେ ଜାପାନୀମାନେ ବିଲକୁଲ ରିଟାୟାର୍ଡ ହୁଅନ୍ତି ନାହିଁ। ଯେତେ ପର୍ଯ୍ୟନ୍ତ ସେମାନଙ୍କ ଶରୀର ସୁସ୍ଥ ରହୁଛି ସେତେପର୍ଯ୍ୟନ୍ତ ସେମାନେ ମନପସନ୍ଦ କାମ କରି ଚାଲିଥାଆନ୍ତି।

    ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହା ଯେ ଜାପାନୀମାନଙ୍କ ପାଖରେ ରିଟାୟାର୍ଡ ଶବ୍ଦଟିର କୌଣସି ମାନେ ନାହିଁ ବୋଲି ସେମାନେ ଭାବିଥାଆନ୍ତି। ଉପଯୁକ୍ତ ବୟସ ବିତିଯିବା କାରଣରୁ ଚାକିରୀ ଅଥବା କୌଣସି କାମ ବନ୍ଦ କରିବା ଫଳରେ ଯେଭଳି ଇଂରାଜୀରେ ଗୋଟିଏ ଶବ୍ଦ ‘ରିଟାୟରମେଣ୍ଟ’ ନାମରେ ବ୍ୟବହୃତ ହୋଇଥାଏ ଜାପାନୀମାନଙ୍କ ପାଖରେ ଏଭଳି କୌଣସି ଶବ୍ଦ ନାହିଁ। ନ୍ୟାଶନାଲ ଜିଓଗ୍ରାଫୀର ରିପୋର୍ଟର ଡେନ୍ ବ୍ୟୁଟେନର କିଛି ବର୍ଷ ଜାପାନରେ ବିତାଇଥିଲେ। ତାଙ୍କ ମତରେ ଜାପାନୀମାନଙ୍କ ପାଖରେ ଜୀବନର ଉଦ୍ଦେଶ୍ୟ ଏତେ ମହତ୍ତ୍ୱପୂର୍ଣ୍ଣ ଯେ ସେମାନଙ୍କ ପାଖରେ ରିଟାୟରମେଣ୍ଟର କୌଣସି ଧାରଣା ନାହିଁ।

    ଯୁବକମାନଙ୍କ ରାଜ୍ୟ

    ଦୀର୍ଘାୟୁର ରହସ୍ୟ ବିଷୟରେ ଆହୁରି ଅଧିକ ସୂଚନା ଲାଭ କରିବା ସମୟରେ ଆମକୁ ଜଣାଯାଏ ଯେ ଜାପାନୀମାନେ ଖାଇବା-ପିଇବା ଏବଂ ସେମାନଙ୍କ ଖାଦ୍ୟ-ସଂସ୍କୃତି ସହିତ ଇକିଗାଈର ଜ୍ଞାନ ହାସଲ କରିବା ହିଁ ସେମାନଙ୍କ ଦୀର୍ଘାୟୁର ବଡ଼ କାରଣ। ଓକିନାବା ଭଳି ଜାଗାରେ, ଯେଉଁଠାରେ ଦୀର୍ଘାୟୁମାନଙ୍କ ସଂଖ୍ୟା ଅଧିକ (ଏଭଳି ଜାଗାକୁ ବ୍ଲୁ ଜୋନ୍ କୁହନ୍ତି), ସେମାନଙ୍କ ବିଷୟରେ ଅନୁସନ୍ଧାନ କରିବାବେଳେ ନିମ୍ନଲିଖିତ ତଥ୍ୟାବଳୀର ଦୃଷ୍ଟାନ୍ତ ଦିଆଯାଇପାରେ।

    ଏହି ସମସ୍ତ ଲୋକମାନେ ଯେ କେବଳ ଅଧିକ ବର୍ଷ ବଞ୍ଚିଥାଆନ୍ତି, ଏହା ନୁହେଁ ଏମାନଙ୍କୁ କ୍ୟାନ୍ସର ଏବଂ ହୃଦରୋଗ ଭଳି ମାରାତ୍ମକ ରୋଗ ମଧ୍ୟ ଆକ୍ରାନ୍ତ କରି ପାରେନାହିଁ।

    ଏହି ଲୋକମାନଙ୍କ ପାଖରେ ଅଧିକ ବର୍ଷ ଜିଇଁବାର ଏତେ ପ୍ରବଣତା ଏବଂ ସୁଖମୟ ଜୀବନ ବିତାଇବାର ଏତେ ଆକାଂକ୍ଷା ରହିଥାଏ ଯେ ଅନ୍ୟ କୌଣସି ଦେଶର ଲୋକମାନେ ତାହାର କଳ୍ପନା କରିପାରନ୍ତି ନାହିଁ।

    ରକ୍ତରେ ମିଳିଥିବା ଯେଉଁ ବସ୍ତୁର ଅବସ୍ଥିତି କାରଣରୁ ଏମାନେ ଦୀର୍ଘାୟୁ ହେବା ପାଇଁ ଅଧିକ ସକ୍ରିୟ ହୁଅନ୍ତି ଅନ୍ୟ ଲୋକମାନଙ୍କ ପାଖରେ ତାହା ରୁହେନାହିଁ।

    ଏଠାରେ ମହିଳାମାନଙ୍କ ଶରୀରରେ ଯେବେ ରଜନିସୃତ ହୁଏ ସେହି ସମୟରେ ମଧ୍ୟ ସେମାନେ ଦୁର୍ବଳ ହୋଇ ଯାଆନ୍ତି ନାହିଁ। କେବଳ ସେତିକି ନୁହେଁ, ବିଶ୍ୱର ଅନ୍ୟ ଲୋକଙ୍କ ତୁଳନାରେ ଏଠାରେ ସ୍ତ୍ରୀ-ପୁରୁଷମାନଙ୍କ ଯୌନସମ୍ପର୍କ ମଧ୍ୟ ଅଧିକ ବୟସ ପର୍ଯ୍ୟନ୍ତ ଚାଲିଥାଏ।

    ଅଲ୍‌ଝାଇମର ଭଳି ବିମାରୀର ସମ୍ଭାବନା ବହୁତ କମ୍ ଦେଖାଯାଏ।

    ତଥାପି ଏହି ପୁସ୍ତକରେ ଆମେ ଏହି ସବୁକିଛିର ବର୍ଣ୍ଣନା ଦେଉନାହିଁ, କିନ୍ତୁ ଏହା ନିଶ୍ଚିତ ଯେ ସେମାନଙ୍କ ଲମ୍ବା ଆୟୁ ପଛରେ ସେମାନଙ୍କ ନିଜ ଇକିଗାଈକୁ ଜାଣିବା ଆଉ ସେହି ଉଦ୍ଦେଶ୍ୟରେ ତାହାକୁ ସଠିକ୍ ଲକ୍ଷ୍ୟସ୍ଥଳରେ କେନ୍ଦ୍ରୀଭୂତ କରିବା ହିଁ ସେମାନଙ୍କ କାମ୍ୟ। ଏହି କଥା ପଢ଼ିବା ପରେ ଆହୁରି ସୁସ୍ପଷ୍ଟ।

    ଇକିଗାଈର ଅର୍ଥ

    ଜାପାନରେ ଇକିଗାଈ ଶବ୍ଦକୁ ( ) ଏହିଭାବରେ ଲେଖନ୍ତି। ଯେଉଁଥିରେ ( ) ଏହାର ଅର୍ଥ ଜୀବନ ଏବଂ ( ) ମତଲବ ଅର୍ଥପୂର୍ଣ୍ଣ। ( ) ଏହି ଶବ୍ଦକୁ ଆମେ ଯଦି ଦୁଇ ଭାଗରେ ଲେଖିବା ତାହେଲେ ( ) ଏହାର ଅର୍ଥ ହେଲା ପ୍ରଥମ ଦ୍ୱାରର ଯୋଦ୍ଧା ଯୁଦ୍ଧରେ ସର୍ବଦା ପ୍ରଥମ ସ୍ଥାନରେ ରହିବା)। ଏବଂ ( ) ର ଅର୍ଥ ସୁନ୍ଦର ଏବଂ ସୁସ୍ଥାସ୍ଥ୍ୟର ଅଧିକାରୀ ହେବା।

    ପାଞ୍ଚଟି ବ୍ଲୁ ଜୋନ୍‌

    ଓକିନାବା ବ୍ଲୁ ଜୋନ୍‌ରେ ପ୍ରଥମ ସ୍ଥାନରେ ରହିଥାଏ। ଏଠାରେ ମହିଳାମାନେ ଅନ୍ୟ ଦେଶମାନଙ୍କ ମହିଳାମାନଙ୍କ ତୁଳନାରେ ଅଧିକ ଦୀର୍ଘାୟୁ ଏବଂ ସୁସ୍ୱାସ୍ଥ୍ୟର ଅଧିକାରୀ। ଡେନ୍ ବ୍ୟୁଟନର ପାଞ୍ଚ ଭାଗରେ ଏହାକୁ ବ୍ୟାଖ୍ୟା କରିଛନ୍ତି।

    ଓକିନାବା, ଜାପାନ (ଦକ୍ଷିଣ ଇଲାକା) - ଏଠାକାର ଲୋକମାନେ ଛୋଟିଆ ଡିସ୍‌ରେ ଟୋଫୂ ଏବଂ ଏହିଭଳି କେତେକ ଉଚ୍ଚ ଗୁଣାବଳୀ ସବଜି ଖାଆନ୍ତି।

    ସାର୍ଡିନିୟା, ଇଟାଲୀ (ନ୍ୟୁଓରା ଏବଂ ଓଗ୍ଲିଏଷ୍ଟ୍ରାର ଇଲାକା) - ଏଠାକାର ଲୋକମାନେ ଭାରୀ ମାତ୍ରାରେ ସବଜି ଖାଆନ୍ତି ଏବଂ ପ୍ରତିଦିନ ଏକ କିମ୍ବା ଦୁଇ ଗ୍ଲାସ ମଦ ପିଅନ୍ତି। ଓକିନାବା ଭଳି ଏଠାକାର ଲୋକମାନେ ନିଜ ଲମ୍ବା ଆୟୁ ପାଇଁ ଆଶାବାଦୀ।

    ଲୋମା ଲିଂଡା, କ୍ୟାଲିଫୋର୍ଣ୍ଣିୟା - ଏଠାକାର ଲୋକମାନଙ୍କ ‘ସେବନ୍ଥ-ଡେ ଅଂଡବ୍ହେଣ୍ଟିଷ୍ଟ’ ଗ୍ରୁପର ଲୋକମାନଙ୍କୁ ନିରୀକ୍ଷଣ କରା ଯାଇଛି। ଏହି

    Enjoying the preview?
    Page 1 of 1